logo

ଶିବ ନାରାୟଣ ସାହିତ୍ୟ ସଂସଦ ଇଞ୍ଚୋଳର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ.....

ଗ୍ରାମାଞ୍ଚଳ ସଂସ୍କୃତି ହିଁ ଆମ ଓଡିଆ ସାହିତ୍ଯକୁ ପରିପୁଷ୍ଟ କରିବା ସହ ନିଚ୍ଛକ ସାହିତ୍ଯ ସୃଷ୍ଟିର ଖୋରାକ ଯୋଗାଇଥାଏ ବୋଲି ଶିବ ନାରାୟଣ ସାହିତ୍ୟ ସଂସଦ ଇଞ୍ଚୋଳର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଶ୍ରୀଯୁକ୍ତ ନାରାୟଣ ସାହୁ ଯୋଗ ଦେଇ ଏହା ମତବ୍ୟକ୍ତ କରିଥିଲେ ସାହିତ୍ୟ ସମାଜର ପ୍ରତିବିମ୍ବ ଗ୍ରାମ୍ଯ ଜୀବନରେ ସାହିତ୍ୟ ଓ ସଂସ୍କୃତି ପ୍ରତି ଜନସାଧାରଣମାନେ ସଚେତନ ହୋଇ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ଯ ବକ୍ତା ଚତୁର୍ଭୁଜ ପହି ପ୍ରକାଶ କରିଥିଲେ ସାହିତ୍ୟ ସଂସଦ ଗୁଡିକ ଗ୍ରାମାଞ୍ଚଳର ନୂତନ ପିଢିକୁ ସାହିତ୍ୟ ମନସ୍କ କରିବାରେ ବିଶେଷ ଯତ୍ନବାନ ହେଲେ ତେବେ ଯାଇ ଓଡିଆ ଭାଷା ସାହିତ୍ୟର ବିକାଶ ଘଟିବ ବୋଲି ସମ୍ମାନିତ ଅତିଥି ନରେନ୍ଦ୍ର ପ୍ରସାଦ ବେହେରା ,ସୁରେନ୍ଦ୍ର ପରିଡା,ଶ୍ରୀକାନ୍ତ ପଟ୍ଟନାୟକ, ଚିନ୍ତାମଣୀ ଦାସ,ସୁଦାମ ଚରଣ ଜେନା ପ୍ରମୁଖ ଆହ୍ବାନ କରିଥିଲେ କାର୍ଯ୍ୟକ୍ରମର ସଭାପତି ଜୟ ନାରାୟଣ ଜଗଦ୍ଦେବ ମହାପାତ୍ର ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ସାହିତ୍ୟ ଗଠନମୂଳକ ଓ ବାସ୍ତବଧର୍ମୀ ହେବା ଆବଶ୍ୟକବୋଲି ପ୍ରକାଶ କରିଥିଲେ ଚନ୍ଦନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ରମାନ୍ୱୟରେ ବ୍ରଜ କିଶୋର ରାଉତ , ଉମାକାନ୍ତ ପଣ୍ଡା ,ଜଗବନ୍ଧୁ ମହାନ୍ତି, ମନୋଜ କୁମାର ରାଉତ , ମଞ୍ଚ ପରିଚାଳନା କରିଥିଲେ କରିଥିଲେ ।ଶିଶୁ ସାହିତ୍ୟିକ ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁରଲୀଧର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏହି ଅବସରରେ ୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଅଧ୍ୟାପକ ଚନ୍ଦ୍ରଶେଖର ଦାସଙ୍କ ସୌଜନ୍ୟରୁ ସୁଶ୍ରୀ ସଙ୍ଗୀତା ମହାପାତ୍ର, ଅସିତ କୁମାର ସାହୁ ,ପୁଷ୍ପାଞ୍ଜଳି ଜେନା ,ଶୁଭ୍ରଜିତ୍ ଜେନା ଓ ପ୍ରାକ୍ତନ କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତଙ୍କ ସୌଜନ୍ୟରୁ ଜ୍ୟୋତିର୍ମୟୀ ଓଝା ,ମମତା ମଞ୍ଜରୀ ବରାଳ ପ୍ରମୁଖଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହି ଅବସରରେ ଅତିଥିମାନଙ୍କ ଗହଣରେ ସଂସଦର ମୁଖପତ୍ର ଦୁନ୍ଦୁଭି ଲୋକାର୍ପଣ ହୋଇଥିଲା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମାଜସେବୀ ସୁଶ୍ରୀ ଝାନସୀ ରାଣୀ ଦାସଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ପୁଷ୍ପସ୍ତବକ ପୂର୍ବକ ସ୍ଵତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ନରାୟଣ ପୁହାଣ ,ଦୀପ୍ତି ଦେବଦର୍ଶନୀ ସୂତାର, ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ମାନପତ୍ର ପଠନ କରିଥିଲେ
ପ୍ରଥମ ଅଧିବେଶନରେ ବ୍ୟଙ୍ଗକବି ସୁବାସ ପାତ୍ର ଓ ହାସ୍ୟମୟୀ ରାଜ୍ ଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅନ୍ତର୍ଯ୍ୟାମୀ ରାଉତ, ବିଦ୍ୟୁତ ପ୍ରଭା ଦେଓ ,ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଚିନ୍ତାମଣୀ ଦାସ ,ପ୍ରତିମା ସ୍ୱାଇଁ ,ସରଳା ମହାପାତ୍ର, ହେମନ୍ତ କୁମାର ନାୟକ,ଚତୁର୍ଭୁଜ ଜେନା,ଶ୍ରୀକାନ୍ତ ପଣ୍ଡା ,ରମେଶ ସାହୁ,ସୁଭଦ୍ରା ସାହୁ,ସୁଜିତ ମିଶ୍ର, ଅମୂଲ୍ୟ କୁମାର ମିଶ୍ର,ବନମାଳୀ ଜେନା, ଅଭୟ ସାମଲ,ଦଶରଥ ସାହୁ , ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ଶେଷରେ ବିଶ୍ୱଜିତ୍ ରାଉତ ଧନ୍ଯବାଦ ଅର୍ପଣ କରିଥିଲେ ,ଉମାକାନ୍ତ ପଣ୍ଡା , ହରେକୃଷ୍ଣ ସ୍ୱାଇଁ,ଦାମୋଦର ମହାନ୍ତି ,ଲକ୍ଷ୍ମଣ ସ୍ୱାଇଁ ଙ୍କ ସହ ସଂସଦର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

28
348 views